16 ସେ ପସୁ ସାନ୍ ବଡ୍ ଲକ୍ମନ୍କେ, ସାଉକାର୍ ଆରି ଅର୍କିତ୍ ଲକ୍ମନ୍କେ, ବନ୍ଦି ଆରି ମୁକ୍ଲିରଇବା ଲକ୍ମନ୍କେ ଆରି ସବୁକେ ତାକର୍ ଉଜାଆତେ ନଇଲେ ତାକର୍ କାପାଲେ ଗଟେକ୍ ଚିନ୍ ଗଦ୍ବାକେ ଡରାଇଲା । 17 ଏ ଚିନ୍ ନ ଅଇତେ କେ ମିସା ଗେନା ବିକା କରି ନାପାର୍ଲାଇ । ଏ ଚିନ୍ ଅଇଲାନି, ସେ ପସୁର୍ ନାଉଁ ନଇଲେ ସେ ନାଉଁ ବାଦ୍ଲିରଇବା ଲମର୍ ।
18 ସେ ପସୁର୍ ନମରର୍ ଅରତ୍ ଗଟେକ୍ ଗିଆନ୍ ରଇବା ଲକ୍ସେ ଜାନିଅଇସି । କାଇକେବଇଲେ ସେ ନମର୍ ଗଟେକ୍ ଲକର୍ ନାଉଁର୍ ବାଦୁଲେ ଆଚେ । ସେ ନମର୍ ଅଇଲାନି ������ ।