ମେଣ୍ଡାପିଲାର୍ ସଙ୍ଗେ ଜିବାଲକ୍
1 ୧୪:୧ ପର୍କାସିତ ୭:୩ ତାର୍ପଚେ ମୁଇ ସିୟନ୍ ପର୍ବତେ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ସଙ୍ଗ୍ ୧୪,୪୦୦୦ ଲକ୍ମନ୍ ରଇଲାଇ । ତାକର୍ କାପାଲେ ମେଣ୍ଡାପିଲାର୍ ନାଉଁ ଆରି ତାର୍ ବାବାର୍ ନାଉଁ ଲେକିରଇଲାଇ । 2 ଆରି ସର୍ଗେ ଅନି ମୁଇ ଗଟେକ୍ ସବଦ୍ ସୁନ୍ଲି । ସେଟା ଗଟେକ୍ ଜବର୍ ଗଡ୍ଗଡି ଅଇ ବଡ୍ ସବଦର୍ ପାରା ଆରି ଜବର୍ ପାନି ଅଦର୍ଲାପାରା ରଇଲା । ବିଣା ବାଜ୍ଲେ ସବଦ୍ ଅଇବା ଗିତ୍ପାରା ସୁନି ଅଇଲା । 3 ସେ ୧୪୪,୦୦୦ ଲକ୍ମନ୍ ବସ୍ବା ଜାଗାର୍ ଚାର୍ଟା ବଁଚିରଇବା ପସୁମନର୍, ପାର୍ଚିନ୍ମନର୍ ମୁଆଟେ ଟିଆଅଇଲାଇ । ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । ସେମନ୍ ଆକା ସେ ଗିତ୍ ଜାନିରଇଲାଇ । ସେମନ୍ସେ ମୁକ୍ତି ପାଇରଇବା ଲକ୍ମନ୍ । 4 ସେମନ୍ ନିଜେ ସୁକଲ୍ ରଇଲାଇ । ମାଇଜି ମନର୍ ସଙ୍ଗ୍ ମିସାବିଡା ଅଇକରି ନିଜ୍କେ ଅସୁକଲ୍ ଅଇ ନ ରଇଲାଇ । ସେମନ୍ ପିଲାବେଣ୍ଡିଆ ପାରା ରଇଲାଇ । ସେମନ୍ ସବୁବେଲେ ମେଣ୍ଡାପିଲାର୍ ସଙ୍ଗ୍ ଜାଇତେରଇଲାଇ । ସେମନ୍ ମୁନୁସ୍ଜାତିର୍ ବିତ୍ରେ ପର୍ତୁମ୍ ତର୍ ମୁକ୍ତି ପାଇକରି ପର୍ମେସରର୍ପାଇ ଆରି ମେଣ୍ଡାପିଲାର୍ପାଇ ନିଜ୍କେ ସର୍ପି ଅଇଆଚତ୍ । 5 ସେମନ୍ କେବେ ମିସା ମିଚ୍ ନ କଅତ୍ । କେ ମିସା ସେମନ୍କେ ଦସ୍ ଦେଇନାପାରେ ।