ସର୍ଗର୍ ସାର୍ଦା
1 ତାର୍ପଚେ ସର୍ଗେ ଗଟେକ୍ ଜାଗାଇ ମାନ୍ଦା ଲକ୍ ଆଉଲିଅଇକରି ଏନ୍ତାରି କଇବାଟା ମୁଇ ସୁନ୍ଲି । "ପର୍ମେସର୍କେ ଜୁଆର୍ କରା । ସେ ଆମ୍କେ ମୁକ୍ତି ଦେଲାଆଚେ । ଆମର୍ ପର୍ମେସର୍କେ ଡାକ୍ପୁଟା ଆରି ବପୁ ଅ ।" 2 ତାର୍ ବିଚାର୍ନା ଜାକ ସତ୍ ଆରି ଅନିଆଇ ନ ଅଇତେ ଜନ୍ ବେସିଆ ମାଇଜି ଗୁଲାଇ ଜଗତ୍କେ ତାର୍ କାରାପ୍ ଚଲାଚଲ୍ତି ସଙ୍ଗ୍ ନସାଇତେରଇଲା, ସେ ତାକେ ଦସ୍ ଦେଲାଆଚେ । ତାର୍ ଦାଙ୍ଗ୍ଡାମନ୍କେ ସେ ମରାଇଲାକେ ତାକେ ସେ ଡଣ୍ଡ୍ ଦେଲାଆଚେ । 3 ସେମନ୍ ଆରିତରେକ୍ ଆଉଲିଅଇଲାଇ । "ପର୍ମେସର୍କେ ଜୁଆର୍ କରା । ସେ ବଡ୍ ନଅର୍ ଜଇଲଗେ ପଡ୍ଲାର୍ପାଇ ଉଟ୍ଲା ଦୁଆଁ କେବେ ନ ସାରେ ।"