11 ତାର୍ପଚେ ସରଗ୍ ଉଗାଡି ଅଇଲାଟା ମୁଇ ଦେକ୍ଲି । ଆରି ଏଦେ ଦେକା ! ଗଟେକ୍ ଦବ୍ ଗଡା ଆଇବାଟା ଡିସ୍ଲା । ଗଡା ଚାଲାଉର୍ ନାଉଁ ଅଇଲାନି ବିସ୍ବାସ୍ କର୍ବାଟା ଆରି ସତ୍ଟା । ସେ ଅନିଆଇ ନ କରି ତାର୍ ଜୁଇଦ୍ କର୍ସି ଆରି ଜିତ୍ସି । 12 ତାର୍ ଆଁକି ଲାଗ୍ତେ ରଇବା ଜଇପାରା ରଇଲା । ଆରି ତାର୍ ମୁଣ୍ଡେ ବେସି ମୁକୁଟ୍ ପିନ୍ଦି ରଇଲା । ଜନ୍ ନାଉଁ ତାର୍ ଉପ୍ରେ ଲେକା ଅଇରଇଲା, ସେଟାକେ ଚାଡିଦେଲେ ଆରି କେ ନାଜାନିରଇଲାଇ । 13 ତାର୍ ବସ୍ତର୍ ବନିତେଇ ବୁଡାଇଲାପାରା ରଇଲା । ତାର୍ ନାଉଁ ରଇଲା ପର୍ମେସରର୍ ବାକିଅ । 14 ସର୍ଗର୍ ସନିଅମନ୍ ଦବ୍ ବସ୍ତର୍ ପିନ୍ଦିକରି ଆରି ଦବ୍ଗଡାଇ ବସି ତାର୍ ପଚେ ପଚେ ଜାଇତେରଇଲାଇ । 15 ତାର୍ ଟଣ୍ଡେଅନି ଗଟେକ୍ ଗଜିଆ କାଣ୍ଡା ବାରଇଲା । ସେଟାସଙ୍ଗ୍ ସେ ଏ ଜଗତର୍ ରାଇଜ୍ମନ୍କେ ଆରାଇସି । ସେ ଡାଟ୍ ସଙ୍ଗ୍ ତାକର୍ ଉପ୍ରେ ସାସନ୍ କର୍ସି । ବେସି ବପୁ ରଇବା ପର୍ମେସରର୍ ରିସା ସେମନ୍କେ ଦେକାଇସି । ସେ ତାର୍ ସତ୍ରୁମନ୍କେ ମାଣ୍ଡିକରି ରମ୍ଦିଦେଇସି । ଜେନ୍ତାରିକି ଅଙ୍ଗୁର୍ ପିଚ୍କିକରି ରସ୍ ବାର୍କରାଇସି । 16 ତାର୍ ବସ୍ତରେ, ଜଙ୍ଗେ, ଏ ନାଉଁ ଲେକାଅଇରଇଲା । "ସବୁରାଜାମନର୍ ଉପ୍ରେ ରଇବା ରାଜା, ସବୁ ମାପ୍ରୁମନର୍ ଉପ୍ରେ ରଇବା ମାପ୍ରୁ ।"
Publicidade
Apocalipse 19
ଦବ୍ଲା ଗଡାଇ ବସି ଜାଇତେ ରଇବା ଲକ୍
Veja também
Publicidade