ସାରାସାରି ବିଚାର୍
11 ତାର୍ପଚେ ମୁଇ ଗଟେକ୍ ବଡ୍ଟା ଦବ୍ ବସ୍ବା ଜାଗା ଆରି ଜେ ତାର୍ ଉପ୍ରେ ବସିରଇଲା, ତାକେ ଦେକ୍ଲି । ସରଗ୍ ଆରି ଦର୍ତନି ତାର୍ ମୁଆଟେଅନି ପାଲାଇଲାଇ ଆରି କେବେ ଡିସତ୍ନାଇ । 12 ତାର୍ପଚେ ମୁଇ ଜେତ୍କି ମଲା ବଡ୍ ସାନ୍ ଲକ୍କେ ଦେକ୍ଲି । ସେମନ୍ ବସ୍ବା ଜାଗାର୍ ମୁଆଟେ ଟିଆଅଇରଇବାଟା ମୁଇ ଦେକ୍ଲି । ବଇମନ୍ ଉଗାଡି ଅଇଲା, ଜିବନ୍ ରଇବା ଲକ୍ମନର୍ ବଇ ମିସା ଉଗାଡି ଅଇଲା । ସେମନ୍ କଲା କାମ୍ ଇସାବେ ମଲା ଲକ୍ମନ୍କେ ବିଚାର୍ କଲାଇ । ସେମନ୍ କରିରଇବା କାମ୍ମନ୍ ବଇଟାନେ ଆଗ୍ତୁଅନି ଲେକା ଅଇରଇଲା । 13 ତାର୍ ପଚେ ସମ୍ଦୁରେ ଜେତ୍କିଲକ୍ ମରିରଇଲାଇ, ସେମନ୍ ବାରଇଆଇଲାଇ । ମରନ୍ ଆରି ପାତାଲ୍ ମିସା ସେମନ୍ ଦାରିରଇବା ମଲାଲକ୍ମନ୍କେ ଚାଡିଦେଲାଇ । ସେମନ୍କେ ସବୁକେ କରିରଇବା କାମ୍ ଇସାବେ ବିଚାର୍ନା କଲାଇ । 14 ତାର୍ପଚେ ମଲା ଲକର୍ ଜାଗାଇଅନି ଆଇଲା ସବୁଲକର୍ ଗାଗଡ୍ ଆରି ଆତ୍ମା, ଜଇର୍ ଗାଡେ ପିଙ୍ଗ୍ଲାଇ । ସେ ଗାଡ୍ ଅଇଲାନି ଦୁଇ ଲମରର୍ ମରନ୍ 15 ସେ ବେଲେ ଜେତ୍କି ଲକର୍ ନାଉଁ ଜିବନ୍ ରଇବା ବଇଟାନେ ଲେକା ନ ଅଇରଇଲା, ସେ ସବୁଲକ୍କେ ଜଇଲାଗ୍ବା ଗାଡେ ପିଙ୍ଗା ଅଇଲା ।