9 ସେମନ୍ ଗୁଲାଇ ଜଗତେ ବିଚି ଅଇବାଇ । ଆରି ପର୍ମେସରର୍ ଲକ୍ ବାସାଅଇରଇବା ଜାଗାଇ ଆରି ସେ ମନ୍କର୍ବା ନଅରର୍ ଚାରିବେଟ୍ତି ଆଇବାଇ । ମାତର୍ ଏଦେ ଦେକା ! ସର୍ଗେଅନି ଜଇ ଅଦ୍ରି ସେମନ୍କେ କୁରୁପ୍ନାସ୍ କଲା । 10 ତାର୍ପଚେ ସଇତାନ୍ ଜେ କି ସେମନ୍କେ ନାଡାଇଲା, ଜଇ ଆରି ଗନ୍ଦ୍ରସ୍ ରଇବା ଗାଡେ ପିଙ୍ଗାଅଇଲା । ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଆଗେଅନି ତେଇ ପିଙ୍ଗାଅଇରଇଲାଇ । ସେମନ୍ ତେଇରଇକରି ଦିନ୍ ରାତି କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଲକ୍ମନ୍କେ କାବା କରିରଇଲା, ତାକେ ଜଇ ଆରି ଗନ୍ଦ୍ତେ ରଇବା ଗାଡେ ନସ୍ଟ କରାଇଲା, ସେ ତେଇ ସେ ପସୁ ଆରି ମିଚ୍ସିକିଆ ଦେଉଁ ବାବବାଦିମନ୍ ମିସା ଆଚତ୍, ଆରି ସେ ଲକ୍ମନ୍ ଦିନ୍ରାତିଜାକ କସ୍ଟ ବଗ୍ବାଇ ।
Publicidade