ସାରାସାରିର୍ କାତା
18 ମୁଇ ଜଅନ୍ ସବୁକେ ଜାଗ୍ରତ୍ କରାଇଲିନି, ଆଇବା ଦିନ୍ମନ୍କେ ଗଟ୍ବା ଏ ବଇର୍ ଜେତ୍କି ବାକିଅ ଆଚେ, କେ ଜଦି ଇତି ଆରି କାଇ କାଇଟା ମିସାଇଲେ, ପର୍ମେସର୍ ଏ ବଇଟାନେ ଜନ୍ ମର୍ଡି ବିସଇ ଲେକ୍ଲାଆଚେ, ସେ ତାର୍ ପାଇବା ଡଣ୍ଡ୍ ସଙ୍ଗ୍, ଏ ମର୍ଡି ମିସା ମିସାଇସି । 19 ଏ ବବିସତ୍ କାତାର୍ ବଇଟାନେଅନି କେ ଜଦି କାଇ ବିସଇ ମିସା ଲୁଚାଇଦେଲେ, ଏ ବଇଟାନେ ଲେକାଅଇରଇବା ଜିବନର୍ ଗଚର୍ ପଲ୍ ଆରି ସୁକଲ୍ ନଅରେଅନି ସେମନ୍ ପାଇରଇବାଟା ତାକର୍ଟାନେଅନି ଦାରିଜାଇସି ।