ବଇ ଆରି ମେଣ୍ଡାପିଲା
1 ଜେ ବସ୍ବା ଜାଗାଇ ବସିରଇଲା ତାର୍ ଉଜା ଆତେ ଗୁଡିଆଇଅଇରଇବା ଗଟେକ୍ ପୁର୍ନା କାଗଜ୍ ଦେକ୍ଲି । ସେଟା ଦୁଇବାଟେ ଲେକା ଅଇରଇଲା । ଆରି ସାତ୍ଟା ସିଲ୍ ମାରି ଡାବିରଇଲାଇ । 2 ଆରି ଗଟେକ୍ ବେସି ବପୁରଇବା ଦୁତ୍କେ ଦେକ୍ଲି । ସେ ଆଉଲିଅଇ କଇଲା "ଏ ସାତ୍ଟା ସିଲ୍ ପିଟାଇକରି କେ, ଏ କାଗଜ୍ ମେଲାକରି ପାର୍ସି ?"