ସାତ୍ଟା ସିଲର୍ ଅରତ୍
1 ତାର୍ପଚେ ସେ ମେଣ୍ଡାପିଲା ସାତ୍ଟା ସିଲ୍ ବିତ୍ରେ ପର୍ତୁମ୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ଚାର୍ଟା ଜିବନ୍ ରଇବା ପସୁମନର୍ ବିତ୍ରେଅନି ଗଟେକ୍ ପସୁ ଗଡ୍ଗଡି ସବଦ୍ପାରା କରି ମକେ କଇଲା " ଆଉ ।" 2 ତେଇ ମୁଇ ଦେକ୍ଲି, ଆରି ଏଦେ ଦେକା ! ଗଟେକ୍ ଦବ୍ଲା ଗଡା ଡିସ୍ଲା । ତାକେ ଚାଲାଇବା ଲକର୍ ଆତେ ଦୁନୁ ରଇଲା । ତାକେ ଗଟେକ୍ ମୁକୁଟ୍ ଦିଆ ଅଇଲା । ସେ ତାର୍ ସତ୍ରୁମନ୍କେ ଆରାଇବାକେ ଦାପ୍ରେ ଗାଲା ।