21 ୧:୨୧ ମାତିଉ ୩:୧୬; ମାର୍କ ୧:୯; ଲୁକ୍ ୩:୨୧; ମାର୍କ ୧୬:୧୯; ଲୁକ୍ ୨୪:୫୧ "ସେଟାର୍ ପାଇ, ଜିସୁମାପ୍ରୁ ଆମର୍ ସଙ୍ଗ୍ ଗାଲାବେଲେ ଜେ ଆମର୍ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍ ଲକ୍କେ ବାଚ୍ବାର୍ ଆଚେ । 22 ଜନ୍ ଲକ୍କେ ଆମେ ବାଚ୍ବୁ, ପର୍ମେସର୍ ଜିସୁକେ ଜେନ୍ତି ଜିବନ୍ କରି ଉଟାଇଲା, ସେ ବିସଇ ଆମର୍ସଙ୍ଗ୍ ସେ ସାକି ଅଇବାର୍ଆଚେ । ଜଅନ୍ ଜିସୁକେ ଡୁବନ୍ଦେଲା ବେଲେଅନି, ପର୍ମେସର୍ ଆମର୍ଟାନେଅନି ତାକେ ସର୍ଗେ ନେବା ଜାକ, ସେ ଲକ୍ ଆମର୍ ଦଲେ ରଇବାର୍ ଆଚେ ।"