9 ୧:୯ ମାର୍କ ୧୬:୧୯; ଲୁକ୍ ୨୪:୫୦,୫୧ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ । 10 ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା ! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ । 11 ଆରି କଇଲାଇ "ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି ? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।"
Publicidade