ପାଉଲ୍ ଆରି ସିଲାର୍ ସଙ୍ଗ୍ ତିମତି ଜିବାଟା
1 ତେଇଅନି ପାଉଲ୍ ଦର୍ବି ଆରି ଲୁସ୍ତାରାଇ ଆଇଲା । ସେ ନଅରେ ତିମତି ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା । ତାର୍ ମାଆ ଗଟେକ୍ ଜିଉଦି ବିସ୍ବାସି ରଇଲା । ମାତର୍ ତାର୍ ବାବା ଗଟେକ୍ ଗିରିକ୍ ଲକ୍ ରଇଲା । 3 ପାଉଲ୍ ତାର୍ ସଙ୍ଗ୍ ତିମତିକେ ନେବାକେ ମନ୍ କଲା, ସେଟାର୍ପାଇଁ ଜିବା ଆଗ୍ତୁ ମସାର୍ ନିୟମ୍ ଇସାବେ ତାକେ ସୁନତ୍ କଲା । ଜେନ୍ତିକି ସେ ଜାଗାର୍ ଜିଉଦିମନ୍ ତାକେ ନିନ୍ଦା ନ କରତ୍ । କାଇକେବଇଲେ ତେଇର୍ ଲକ୍ମନ୍ ତିମତିର୍ ବାବା ଗିରିକ୍ ଲକ୍ ବଲି ଜାନିରଇଲାଇ ।