ପିଲିପିର୍ ବନ୍ଦି ଗରେ ପାଉଲ୍ ଆରି ସିଲା
16 ଆରି ଗଟେକ୍ଦିନେ ଆମେ ପାର୍ତନା ଜାଗାଇ ଜାଇରଇଲୁ । ତେଇ ଡୁମା ଡସିରଇବା ଗଟେକ୍ ଗତିଦାଙ୍ଗ୍ଡିକେ ବେଟ୍ଅଇଲୁ । ସେ ତାର୍ ବିତ୍ରେ ରଇଲା କାରାପ୍ଆତ୍ମାର୍ ବପୁ ସଙ୍ଗ୍ ବବିସତ୍ କାତା କଇପାର୍ତେ ରଇଲା । ସେ ଲକ୍ମନର୍ ଆତ୍ ଦେକି, ବବିସତ୍ କାତା କଇଦେଇକରି, ସାଉକାର୍ମନ୍କେ ବେସି ଡାବୁ କାମାଇଦେଇତେରଇଲା । 17 ଆମେ ତାର୍ଲଗେ ଗାଲାକେ, ସେ ପାଉଲ୍ ବଲି କିର୍କିରି ଆମର୍ ପଚ୍ ପଚ୍ ଆଇଲା । ଆରି କଇଲା, "ଏ ଲକ୍ମନ୍ ସବୁର୍ଟାନେଅନି ବଡ୍ ପରମେସରର୍ ସେବାକରୁମନ୍ । ତମେ କେନ୍ତି ମୁକ୍ତି ପାଇସା, ଏ କାତା ସେମନ୍ କଇଲାଇନି ।" 18 ସେ ଦାଙ୍ଗ୍ଡି ବେସି ଦିନ୍ ଦାରି ଏନ୍ତି କଲା । ସାରାସାରିପଚେ ପାଉଲ୍ ବିଜାର୍ ଅଇଲା । ସେ ପଚ୍ବାଟେ ପାସ୍ଲି ଦେକି କାରାପ୍ଆତ୍ମାକେ ଦମ୍କାଇକରି କଇଲା, "ଜିସୁ କିରିସ୍ଟର୍ ନାଉଁ ଦାରି ଆଦେସ୍ ଦେଲିନି, ତାର୍ତେଇଅନି ବାରଇ ଜା ।" ସେ କଇଲା ଦାପ୍ରେ, କରାପ୍ ଆତ୍ମା ତାର୍ତେଇଅନି ବାରଇଗାଲା ।
19 ଜେଡେବେଲ୍ ତାକର୍ ସାଉକାର୍ମନ୍କେ ନିଜର୍ ଦନ୍ ଅରଜ୍ବାଟା, ବୁଡିଗାଲା ବଲି ଜାନ୍ଲାଇ, ପାଉଲ୍ ଆରି ସିଲାକେ ଗଡର୍ ମଜାଇ ରଇବା ରମିଅ ଅଦିକାରିର୍ ଲଗେ ଜିକି ଆନ୍ଲାଇ । 20 ସେମନ୍କେ ତାକର୍ ମୁଆଟେ ଆନି ଦସ୍ଦେଇ କରି କଇଲାଇ "ଏମନ୍ ଜିଉଦି ଲକ୍, ଆମର୍ ଗଡେ ଆସି ଗଣ୍ଡ୍ଗଲ୍ କଲାଇନି ।" 21 ଆମର୍ ନିୟମ୍ ବିରଦେ ରିତିନିତି ସିକାଇଲାଇନି । ଆମେ ରମିଅ ଲକ୍, ସେଟାର୍ ପାଇ ଏ ରିତିନିତି ମାନି ନାପାରୁ । 22 ସାଉକାର୍ ମନର୍ କାତାମିସାଇ ତେଇ ରଇଲା ଲକ୍ମନ୍, ପାଉଲ୍ ଆରି ସିଲାର୍ ବିରଦେ ଉଟ୍ଲାଇ ।
ସେ ଅଦିକାରିମନ୍ ପାଉଲ୍ ଆରି ସିଲାର୍ ବସ୍ତର୍ ଚିରିକରି କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲାଇ । 23 ବେସି ମାଡ୍କାଇଲା ପଚେ ସେମନ୍କେ ବନ୍ଦି ଗରେ ପୁରାଇଲାଇ ଆରି କୁଚିଦେଇ ଜାଗ୍ବାକେ ବନ୍ଦି ଗର୍ ଜାଗୁଆଲ୍କେ ଆଦେସ୍ ଦେଲାଇ । 24 ଏ ଆଦେସ୍ ପାଇ ବନ୍ଦି ଗର୍ ଜାଗୁଆଲ୍ ସେମନ୍କେ ଗଟେକ୍ ବିତ୍ରର୍ ବାକ୍ରାଇ ପୁରାଇ ଦେଇ, ବଜ୍ରଇବା ଦାରୁମୁଟ୍ଲାଇ ତାକର୍ ଗଡ୍ ବାନ୍ଦିଦେଲା ।
25 ପାଉଲ୍ ଆରି ସିଲା ମଜା ରାତି ବେଲାଇ ପର୍ମେସର୍କେ ପାର୍ତନା କରି ଗିତ୍ ଗାଇତେ ରଇଲାଇ । ବନ୍ଦି ଗରେ ରଇବା ବିନ୍ଲକ୍ମନ୍ ସେଟା ସବୁ ସୁନ୍ତେ ରଇଲାଇ । 26 ସେଡ୍କିବେଲେ, ଅଟାତ୍ ବେସି ଦର୍ତନି ଚୁଲ୍ବୁଲ୍ଲା ଆରି ବନ୍ଦି ଗରର୍ ପାକାଇଲା କୁନାଦି ପାକ୍ନା ଆଲିଗାଲା, ସେ ଦାପ୍ରେ କାପାଟ୍ମନ୍ ଉଗାଡି ଅଇଗାଲା ଆରି ସବୁ ବନ୍ଦିମନର୍ ସିକ୍ଲି କୁସ୍ଲି ଗାଲା । 27 ବନ୍ଦି ଗରର୍ ଜାଗୁଆଲ୍ ଚେତାଅଇ ଉଟ୍ଲା ଆରି ବନ୍ଦି ଗରର୍ କାପାଟ୍ ଉଗ୍ଡା ଅଇରଇଲାଟା ଦେକ୍ଲା । ସେ ବନ୍ଦିମନ୍ ସବୁ ପାଲାଇ ଆଚତ୍ ବଲି ବାବ୍ଲା । ସେଟାର୍ ପାଇ ସେ ତାର୍ କାଣ୍ଡା ବେଟି ବୁସି ଅଇ ମର୍ବାକେ ଜାଇତେ ରଇଲା । 28 ମାତର୍ ପାଉଲ୍ ଆଉଲିଅଇ କଇଲା, "ନିଜେ ତର୍ ଗାଗଡ୍ କାଟିଅଇ ନସାନାଇ । ଆମେ ସବୁ ଲକ୍ ଇତି ଆଚୁ ! କେ ପାଲାଉ ନାଇ ।"
29 ବନ୍ଦି ଗର୍ ଜାଗୁଆଲ୍ ଗଟେକ୍ ବତି ଆନ୍ବାକେ ତିଆର୍ଲା । ଆରି ସେ ବତି ଦାର୍ଲା ଆରି ତର୍ତରି ତର୍ତରି ଆସି ପାଉଲ୍ ଆରି ସିଲାର୍ ଗଡ୍ ତଲେ ଅଦର୍ଲା । 30 ତାର୍ ପଚେ ସେମନ୍କେ ବାଇରେ ନେଇ ପାଚାର୍ଲା, "ଆଗିଆଁମନ୍ ! ପର୍ମେସରର୍ ଡଣ୍ଡେଅନି ରକିଆ ପାଇବାକେ ମୁଇ କାଇଟା କର୍ବାର୍ ଆଚେ ?"
31 ସେମନ୍ କଇଲାଇ, "ମାପ୍ରୁ ଜିସୁକେ ବିସ୍ବାସ୍ କଲେ, ତୁଇ ଆରି ତମର୍ କୁଟୁମର୍ ସବୁ, ମୁକ୍ତି ପାଇସା ।" 32 ତାର୍ ପଚେ ସେମନ୍ ତାକେ ଆରି ତାକର୍ ଗରର୍ ସବୁ ଲକ୍କେ ମାପ୍ରୁର୍ ବାକିଅ କଇଲାଇ । 33 ସେ ଦାପ୍ରେ ମଜାରାତି ବେଲେ, ବନ୍ଦି ଗର୍ ଜାଗୁଆଲ୍ ସେମନ୍କେ ଡାକିନେଇ ସେମନର୍ ଗାଉ ଅଇଲାଟା ସବୁ ଦଇଦେଲା । ତାର୍ପଚେ ସେ ଆରି ତାର୍ କୁଟୁମର୍ ସବୁ ଲକ୍ ଡୁବନ୍ ନେଲାଇ । 34 ତାର୍ପଚେ ସେ ପାଉଲ୍ ଆରି ସିଲାକେ ତାକର୍ ଗରେ ଡାକିନେଇ କାଇବାକେ ଦେଲା । ତେଇ ପରମେସର୍କେ ବିସ୍ବାସ୍ କଲାର୍ ପାଇ ସେ ଆରି ତାର୍ କୁଟୁମର୍ ସବୁ ଲକ୍ମନ୍ ସାର୍ଦା ଅଇଗାଲାଇ ।
35 ଆରିଗଟେକ୍ ଦିନର୍ ସାକାଲେ ରମିଅ ସାସନ୍କାରିଆମନ୍ ସେ ଲକ୍ମନ୍କେ ଚାଡି ଦିଆସ୍ ବଲି ଜାଗୁଆଲ୍ମନ୍କେ କଇକରି ପାଟାଇଲାଇ ।
36 ସେଟାର୍ ପାଇ ବନ୍ଦିଗର୍ ଜାଗୁଆଲ୍ ପାଉଲ୍କେ କଇଲା, "ରମିଅ ସାସନ୍କାରିଆ ତମ୍କେ ଆରି ସିଲାକେ ଚାଡି ଦେବାକେ ଆଦେସ୍ ଦେଲା ଆଚେ । ଏବେ ତମେ ଏ ଜାଗାଇଅନି ସାନ୍ତି ସଙ୍ଗ୍ ଉଟି ଜା ।" 37 ମାତର୍ ପାଉଲ୍ ସନିଅମନ୍କେ କଇଲା, "କାଇମିସା ଅପ୍ରାଦେ ଦସି ଅଇ ନ ରଇଲେ ମିସା, ସେମନ୍ ଆମ୍କେ ଲକ୍ମନର୍ ମୁଆଟେ ମାର୍ଲାଇ । ଆମେ ରମିଅ ଲକ୍, ମାତର୍ ସେମନ୍ ଆମ୍କେ ବନ୍ଦି କଲାଇ । ଏବେ ଆମ୍କେ ଲୁଚ୍ତେ ଚାଡିଦେବାକେ ମନ୍ କଲାଇନି । ଏଟା କର୍ବାକେ ଆମେ ନ ଦେଉଁ । ରମିୟ ଅଦିକାରି ନିଜେ ଆସି ଇତି ଆମ୍କେ ମୁକ୍ଲାଅ ।"
38 ସନିଅମନ୍ ରମିଅ ସାସନ୍କାରିଆକେ ଏ କାତା ଜାନାଇଲାଇ । ପାଉଲ୍ ଆରି ସିଲା ରମିଅ ଲକ୍ ବଲି ସୁନି ସେମନ୍ ଡରିଗାଲାଇ । 39 ସେଟାର୍ପାଇଁ ବନ୍ଦିଗରେ ଜାଇ ସେମନ୍କେ କେମା ମାଙ୍ଗ୍ଲାଇ ଆରି ସେମନ୍କେ ବନ୍ଦି ଗରେଅନି ବାର୍କରାଇ ଗଡ୍ ଚାଡି ଉଟିଜିବାକେ ବାବୁଜିଆ କଲାଇ । 40 ପାଉଲ୍ ଆରି ସିଲା ବନ୍ଦି ଗରେଅନି ବାରଇ ଲୁଦିଆର୍ ଗରେ ଗାଲାଇ । ତେଇ ସେମନ୍ ବିସ୍ବାସି ବାଇମନ୍କେ ବେଟ୍ ଅଇ, ସେମନ୍କେ ସାର୍ଦା କରାଇ, ସେ ଜାଗା ଚାଡିଉଟିଗାଲାଇ ।