ମାସିଦନିଆଇ ଜିବା ପାଇ ତରୟାତେଇ ପାଉଲ୍କେ ଚାଲ୍ନା ମିଲ୍ବାଟା
6 ସୁକଲ୍ଆତ୍ମା ସେମନ୍କେ ଆସିଆ ଦେସେ ମାପ୍ରୁର୍ କାତା କଇବାକେ ଚାଲ୍ନା ଦେଅତ୍ନାଇକେ, ସେମନ୍ ପିରିଜିଆ ଆରି ଗାଲାତିଅ ଜାଗାଇ ଗାଲାଇ । 7 ମିସିଆର୍ ସନ୍ଦିଲଗେ କେଟି ବିତିନିଆ ରାଇଜେ ଜିବାକେ ଚେସ୍ଟା କଲାଇ । ମାତର୍ ବାରଇଲାବେଲେ ଜିସୁର୍ଲାଗି ତାକର୍ ବିତ୍ରେ ରଇବା ସୁକଲ୍ ଆତ୍ମା, ସେମନ୍କେ ଜିବାକେ ଚାଲ୍ନା ଦେଏନାଇ ।