2 ପାଉଲ୍ ତାର୍ ରିତିନିତି ଇସାବେ, ପାର୍ତନା ଗରେ ଗାଲା । ତେଇ ସେ ଲାଗି ଲାଗି ତିନ୍ଟା ବିସ୍ରାମ୍ବାରେ ଲକ୍ମନର୍ ସଙ୍ଗ୍ କାତାବାର୍ତା କଲା । 3 ଦରମ୍ ସାସ୍ତର୍ ପଡିକରି ବୁଜାଇଲା ଜେ, ମସିଅ ଦୁକ୍ ପାଇବାର୍ ରଇଲା ଆରି ପର୍ମେସର୍ ତାକେ ମଲାତେଇଅନି ଉଟାଇବାର୍ ରଇଲା । ପାଉଲ୍ କଇଲା, "ଜନ୍ ଜିସୁର୍ ବିସଇ ମୁଇ ଜାନାଇଲି, ସେ ଅଇଲାନି ମସିଅ ।"
Publicidade