କରନ୍ତିୟ ନଅରେ ପାଉଲର୍ ସେବାକାମ୍
1 ତାର୍ପଚେ ପାଉଲ୍ ଆତେନ୍ସ୍ ଚାଡି କରନ୍ତିଅ ଗାଲା । 2 ତେଇ ପନ୍ତସ୍ତେଇ ଜନମ୍ କରିରଇବା ଆକିଲା ନାଉଁର୍ ଗଟେକ୍ ଜିଉଦିକେ ବେଟ୍ ଅଇଲା । ବଡ୍ ସାସନ୍କାରିଆ କଲଡିଅସ୍, ସବୁ ଜିଉଦିକେ ରମ୍ ଦେସ୍ ଚାଡ୍ବାକେ ଆଦେସ୍ ଦେଇରଇଲା । ସେଟାର୍ପାଇଁ, ସେ ଅଲପ୍ ଦିନ୍ ଆଗ୍ତୁ ତାର୍ ମାଇଜି ପିରିସ୍କିଲାର୍ ସଙ୍ଗ୍ ଇଟାଲିଅନି ଆସିରଇଲା । 3 ପାଉଲ୍ ସେମନ୍କେ ବେଟ୍ ଅଇବାକେ ଜାଇ ସେମନର୍ ସଙ୍ଗ୍ ରଇଲା । କାଇକେବଇଲେ ସେ ମିସା ସେମନର୍ ପାରା ତୁମ୍ ତିଆର୍ କରି ଜିଉନାକାଉନା କର୍ତେରଇଲା ।