ସାତ୍ଟା ସେବାକାରିଆମନ୍
1 ସେ ବେଲା, ବେସି ଜିଉଦି ଲକ୍ମନ୍ ଜିସୁର୍ ସିସ୍ ଅଇ ଆଇଲାଇ । ଗିରିକ୍ ବାସା କଇତେରଇବା ଜିଉଦିମନ୍, ଏବ୍ରି ବାସା କଇତେରଇବା ଜିଉଦିମନର୍ ବିରୁଦେ କାତା ଉଟାଇଲାଇ । କାଇକେବଇଲେ ଗିରିକ୍ ବାସାଇ କାତା ଅଇବା ଜିଉଦିମନ୍, ରାଣ୍ଡିମନ୍କେ ଦିନ୍କର୍ କାଦି ବାଟା କଲାବେଲେ ତାକର୍ ରାଣ୍ଡିମନ୍କେ ଏଲା କର୍ତେରଇଲାଇ ପନି ।
6 ବିସ୍ବାସିମନ୍ ଏ ସାତ୍ଲକ୍କେ ପେରିତ୍ମନର୍ ଲଗେ ଆନ୍ଲାଇ । ସେମନ୍କେ, ଆତ୍ ସଙ୍ଗଇ ପାର୍ତନା କଲାଇ ।