9 ମାତର୍ କେତେଲକ୍ ତାକେ ବିରଦ୍ କଲାଇ । ଏମନ୍ ଗତି କଟ୍ବାତେଇଅନି, ମୁକ୍ଲିରଇବା ଜିଉଦିମନ୍କେ ନେଇ, ଅଇରଇବା ପାର୍ତନା ଗରର୍ କେତେ ଲକ୍, ସେମନର୍ ବିତ୍ରେଅନି କେତେଲକ୍ ସାରିଆ ଅନି, କେତେକ୍ ଆଲେକ୍ଜାଣ୍ଡ୍ରିଆ ଅନି । ସେମନ୍ ସିଲିସିଆ ଅନି ଆରି ଆସିଆଇଅନି ଆସିରଇବା ବିନ୍ ଜିଉଦିମନର୍ ସଙ୍ଗ୍ ମିସିକରି ତିପାନର୍ ବିରଦେ ଦଦାପେଲା ଅଇଲାଇ । 11 ଏଲେମିସା ସେ "ମସାର୍ ବିରଦେ ଆରି ପର୍ମେସରର୍ ବିରଦେ କାତା କଇବାଟା ଆମେ ସୁନ୍ଲୁ ।" ବଲି, ଏ ମିଚ୍ ସାକି ଦେବାକେ କେତେ ଲକ୍କେ ଲାଁଚ୍ ଦେଇ ଉସ୍କାଇଲାଇ ।