12 ମାତର୍ ପିଲିପର୍ ଟାନେଅନି ପର୍ମେସରର୍ ରାଇଜ ଆରି ଜିସୁର୍ ବିସଇ ସୁନ୍ଲାଇ । ସୁନିକରି ତେଇର୍ ଲକ୍ମନ୍ ମାପ୍ରୁକେ ବିସ୍ବାସ୍ କଲାଇ । ଆରି ସେ ଜାଗାର୍ ବିସ୍ବାସ୍ କଲା ମନସ୍ ପିଲା ଆରି ମାଇଜିଟକିକେ ପିଲିପ୍ ଡୁବନ୍ ଦେଲା । 13 ସିମନ୍ ନିଜେ ପିଲିପ୍ ଜାନାଇରଇବା ମାପ୍ରୁର୍ ବାକିଅ ସୁନି ବିସ୍ବାସ୍ କଲା । ଆରି ପିଲିପ୍ ତାକେ ଡୁବନ୍ ଦେଲା । ସେ ପିଲିପର୍ ସଙ୍ଗ୍ ସବୁଜାଗାଇ ଜିବାର୍ ଦାର୍ଲା । ପିଲିପ୍ କରିରଇବା କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ଦେକିକରି ସେ କାବା ଅଇଜାଇତେରଇଲା ।
Publicidade
Publicidade