30 ପିଲିପ୍ ପାଲାଇ ପାଲାଇ ଗାଲା ଆରି ସେ ଲକ୍ ଜିସାୟ ବବିସତ୍ବକ୍ତାର୍ ବଇ ପଡ୍ବାଟା ସୁନ୍ଲା । ସେ ତାକେ ପାଚାର୍ଲା "ତୁଇ ଜାଇଟା ପଡ୍ଲୁସ୍ନି, ସେଟା ବୁଜିପାର୍ଲୁସ୍ନିକି ?"
31 ସେ ବାଣ୍ଡାର୍ ଗରିଆ କଇଲା, "କେ ମିସା ଗଟେକ୍ ଲକ୍ ବୁଜାଇ ନ ଦେଲେ ମୁଇ କେନ୍ତି ବୁଜିପାର୍ବି ?" ତାର୍ ସଙ୍ଗ୍ ରତେ ବସ୍ବାକେ ସେ ପିଲିପ୍କେ ଡାକ୍ଲା । ପିଲିପ୍ ଜାଇ ବସ୍ଲା । 32 ଦରମ୍ ସାସ୍ତରର୍ ଏ ପଦ୍ ପଡ୍ତେ ରଇଲା,
"ମରାଇବାକେ ନେବା ମେଣ୍ଡାପାରା, ଲକ୍ମନ୍ ତାକେ ଡାକିନେଲାଇ,
ଗଟେକ୍ ମେଣ୍ଡାର୍ ବାଲ୍ କାଟ୍ବା ବେଲେ ଜେନ୍ତି ସେ ଚିମ୍ରାଇଅଇରଇସି,
ସେନ୍ତାରି ସେ ପଦେକ୍ ମିସା କାତା କଏ ନାଇ ।