36 ସେମନ୍ ଜାଉ ଜାଉ ଗଟେକ୍ ବନ୍ଦ୍ ଲଗେ କେଟ୍ଲାଇ । ସେ ବାଣ୍ଡାର୍ଗରିଆ କଇଲା, 37 "ଇତି ପାନି ଆଚେ, କାଇ ଅସୁବିଦା ନ ରଇଲେ ମକେ ଡୁବନ୍ ଦିଆ ।"
38 ସେ ଲକ୍ ରତ୍ ତେବାଇବାକେ ତିଆର୍ଲା । ପିଲିପ୍ ଆରି ସେ, ପାନି ବିତ୍ରେ ଗାଲାଇ ଆରି ପିଲିପ୍ ତାକେ ପାନିତେଇ ଡୁବନ୍ ଦେଲା । 39 ସେମନ୍ ପାନିତେଇଅନି ବାରଇ ଆଇଲା ପଚେ, ମାପ୍ରୁର୍ ଆତ୍ମା ପିଲିପ୍କେ ଆରିଗଟେକ୍ ଜାଗାଇ ମାୟା କରି ଦେଲା, ସେ ଲକ୍ ପିଲିପ୍କେ ଆରି କେବେ ଦେକି ନାପାର୍ଲା, ମାତର୍ ସାର୍ଦାଇ ପୁରୁନ୍ ଅଇ ତାର୍ ବାଟେ ଉଟିଗାଲା ।