36 ଜପାଇ, ଟାବିତା ନାଉଁର୍ ଗଟେକ୍ ବିସ୍ବାସି ମାଇଜି ବାସା ଅଇରଇଲା । ତାର୍ ଗିରିକ୍ ନାଉଁ, ଦାର୍କାସ୍ । ତାର୍ ଅରତ୍ କଟ୍ରା । ସେ ସବୁବେଲା ସତ୍ କାମ୍ କରି, ରଗି ଦୁକିମନର୍ ସେବା କର୍ତେ ରଇଲା । ସେବେଲେ ସେ ରଗ୍ବେମାର୍ ଅଇ ମରିଗାଲା । 37 ତାର୍ ଲକ୍ବାକ୍ମନ୍ ଟାବିତାର୍ ମଲାମଡ୍ ପାନିଦୁଆଇଲାଇ ଆରି ଲୁଗା ସଙ୍ଗ୍ ଗୁଡିଆଇ ଉପର୍ ତାଲାର୍ ବାକ୍ରାଇ ସୁଆଇଦେଲାଇ । 38 ଜପା ଜାଗା ଲୁଦାଇଅନି ଦୁରିକେ ନ ରଇଲା । ପିତର୍ ଲୁଦାଇ ଆଚେ ବଲି ସୁନିକରି ଜପାଇ ରଇବା ବିସ୍ବାସିମନ୍ ଦୁଇ ଲକ୍କେ ପିତରର୍ ଲଗେ କଇ ପାଟାଇଲାଇ । "ଅଲସମ୍ ନ କରି, ଦାପେ ଆମର୍ ଲଗେ ଚନେକ୍ ଆସା ।" 39 ପିତର୍ ତିଆର୍ ଅଇକରି ସେମନର୍ ସଙ୍ଗ୍ ଗାଲା । ତେଇ ସେ କେଟ୍ଲା ଦାପ୍ରେ ଲକ୍ମନ୍ ତାକେ ଉପର୍ ତାଲାର୍ ବାକ୍ରାଇ ଡାକି ନେଲାଇ । ରାଣ୍ଡି ମାଇଜିମନ୍ ଚାରିବେଡ୍ତି ଅଇକରି କାନ୍ଦି କାନ୍ଦି ଦାର୍କାସ୍ ଜିବନ୍ ରଇଲାବେଲେ ସିଲାଇ ରଇବା ବସ୍ତର୍ ଆରି ଲୁଗାମନ୍ ସବୁ ପିତର୍କେ ଦେକାଇଲାଇ ।