12 ବାବା ପର୍ମେସର୍ ଉଜଲର୍ ରାଇଜେ ତାର୍ ଲକ୍ମନର୍ ପାଇ ଜାଇଟା ଟୁଲିଆଇ ଆଚେ, ତେଇ ମିସ୍ବାକେ ସେ ତମ୍କେ ବାଚ୍ଲା ଆଚେ । ସେଟାର୍ପାଇଁ ସାର୍ଦା ସଙ୍ଗ୍ ତାକେ ଦନିଅବାଦ୍ ଦେଇସା । 13 ସେ ଆମ୍କେ ଆନ୍ଦାରର୍ ବପୁତେଇଅନି ମୁକ୍ଲାଇକରି ତାର୍ ଆଲାଦର୍ ପଅର୍ ରାଇଜେ ଡାକିଆନିଆଚେ । 14 ୧:୧୪ ଏପିସିୟ ୧:୭ତାର୍ ପଅର୍ଲାଗି ସେ ଆମ୍କେ ମୁକ୍ଲାଇକରି ଆମର୍ ସବୁ ପାପ୍ କେମା କରିଦେଲାଆଚେ ।
କିରିସ୍ଟ ଆରି ତାର୍ କାମ୍
15 କିରିସ୍ଟ ନ ଡିସ୍ବା ପର୍ମେସରର୍ ସମାନ୍ ବାନିମୁର୍ତି ଆଚେ । ତିଆର୍ କରିରଇବା ସବୁର୍ ଉପ୍ରେ, ପର୍ତୁମ୍ ଜନମ୍ ଅଇଲା ପଅ ଇସାବେ, ତାର୍ ଅଦିକାର୍ ଆଚେ । 16 କାଇକେବଇଲେ ପର୍ମେସର୍ ତାର୍ଟାନେଅନି ସବୁ ବିସଇ ତିଆର୍କଲା ଆଚେ । ଜଗତେ ରଇବାଟା ସବୁଜାକ, ସର୍ଗେ ରଇବାଟା ସବୁଜାକ, ଡିସ୍ବାଟା ଆରି ନ ଡିସ୍ବାଟା, ବପୁରଇ ସାସନ୍ କର୍ବା ଦୁତ୍ମନ୍ ଆରି ଆତ୍ମା ରଇବାଟାମନ୍ । କିରିସ୍ଟର୍ତେଇଅନି ସବୁ ବିସଇ ତିଆର୍ କରିରଇଲା ଆରି ତାର୍ଲାଗିସେ ସବୁ ବଁଚିଆଚତ୍ । 17 କାଇଟା ତିଆର୍ ନ ଅଇତେ ସେ ରଇଲା, ଆରି ତାର୍ଟାନେ ସବୁ ବିସଇ ମିସିକରି ଚାଲ୍ତେରଇସି ।