4 କାଇକେବଇଲେ ମାପ୍ରୁ ଜିସୁକିରିସ୍ଟର୍ ତେଇ ରଇବା ତମର୍ ବିସ୍ବାସ୍ ଆରି ପର୍ମେସରର୍ ଲକ୍ମନର୍ ପାଇ ରଇବା ତମର୍ ଆଲାଦର୍ ବିସଇ ଆମେ ସୁନିଆଚୁ । 5 ତମେ ପର୍ତୁମ୍ ସୁବ୍ କବରର୍ ବିସଇ ସୁନ୍ଲାବେଲେ, ସୁବ୍କବରେ ରଇବା ଆସାକର୍ବା ବିସଇ ଜାନିରଇଲାସ୍ । ତେବର୍ପାଇ ତମେ ବିସ୍ବାସ୍ କରି ପର୍ମେସରର୍ ଲକ୍ମନ୍କେ ଆଲାଦ୍ କର୍ତେ ରଇଲାସ୍ । ତମର୍ପାଇ ସର୍ଗେ ତିଆର୍ ଅଇରଇବା ପୁରୁସ୍କାର୍ ଆସାକରି ଏନ୍ତାରି କଲାସ୍ ।
Publicidade