18 ନିଜ୍କେ ନିଚ୍କରି ସେମନ୍ ଉପାସନା କଲାପାରା ଦୁତ୍ମନ୍କେ ଉପାସନା କର୍ବାକେ, କାକେମିସା ବାଦିଅ କର୍ବାକେ ଦିଆସ୍ନାଇ । ସେନ୍ତାର୍କଲେ ପର୍ମେସର୍ କାତାଦେଇରଇବା ପୁରୁସ୍କାର୍ ତମ୍କେ ନ ମିଲେ । ସେନ୍ତାରି ସିକାଇବା ଗଟେକ୍ଲକ୍, ପର୍ମେସର୍ଟାନେ ଅନି ଦର୍ସନ୍ ଦେକିଆଚି ବଲିକରି ଅଦିକାର୍ ସଙ୍ଗ୍ ସିକାଇଲାନି । ସେ ତାର୍ ଚାଲାକିସଙ୍ଗ୍ ନିଜେ ତିଆର୍କରିରଇବା ବିସଇର୍ ଲାଗି ବଡ୍ପନ୍ ଅଇସି, ମାତର୍ ସତଇସେ ସେନ୍ତାରି ବଡ୍ପନ୍ ଅଇବାକେ କାଇଟାମିସା ନାଇ । 19 ୨:୧୯ ଏପିସିୟ ୪:୧୬କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଲାଇ ଆଚତ୍ । କିରିସ୍ଟ ଜେ କି ଗାଗଡର୍ ମୁଣ୍ଡ୍ ଅଇଆଚେ । ମୁଣ୍ଡ୍ ଜେନ୍ତାର୍କି ଗାଗଡ୍କେ ବାଟ୍ ଦେକାଇସି, ସେନ୍ତାରିସେ ତାର୍ ଲକ୍ମନ୍ ଗଟେକ୍ ଅଇରଇବାକେ କିରିସ୍ଟ ବାଟ୍ ଦେକାଇସି । ଗାଗଡର୍ ସନ୍ଦି ଆରି ଚିର୍ ଗାଗଡ୍କେ ଗଟେକ୍ କରି ସଙ୍ଗଇଲାପାରା । ଆରି ପର୍ମେସର୍ ମନ୍କଲାପାରା ସେଟା ବଡ୍ସି ।