9 ୩:୯ ଏପିସିୟ ୪:୨୨ନିଜର୍ ନିଜର୍ ବିତ୍ରେ ମିଚ୍ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍ନା ଗୁନ୍ଚଲନର୍ ସବୁ ଅବିଆସ୍ ଚାଡିଦେଇକରି, 10 ୩:୧୦ ଏପିସିୟ ୪:୨୪ନୁଆ ଚଲାଚଲ୍ତି ଆରାମ୍କରି ଆଚାସ୍ । ପର୍ମେସର୍ ତମ୍କେ ଦେଇରଇବା ଏ ନୁଆ ଚଲାଚଲ୍ତିତେଇ ତମେ ତାର୍ ବିସଇ ଅଦିକ୍ ଅଦିକ୍ ଜାନ୍ସା ଆରି ତାର୍ପାରା ଅଦିକ୍ ଅଦିକ୍ ଅଇଆଇସା । 11 ତମେ ଜିଉଦି ଲକ୍ ଉଆ କି ଜିଉଦି ନ ଅଇଲା ଲକ୍ ଉଆ, ସୁନତ୍ ଅଇଲାଲକ୍ କି ସୁନତ୍ ନ ଅଇଲା ଲକ୍, ଦାପ୍ରେ ରିସା ଅଇ ମାରିମରାଇବା ଲକ୍ କି ବିନ୍ ଦେସର୍ ଗତିଦାଙ୍ଗ୍ଡା କି ମୁକ୍ଲାଇଲା ଲକ୍, ସେଟା କାଇଟା ନଏଁ । ମାତର୍ କିରିସ୍ଟ ସବୁର୍ଟାନେ ଆଚେ ଆରି ସେ ଆକା ସବୁର୍ ଉପ୍ରେ ସାସନ୍ କଲାନି ।
Publicidade