ପାଉଲର୍ ପାର୍ତନା
15 ସେଟାର୍ ପାଇ ମାପ୍ରୁ ଜିସୁର୍ ଲଗେ ତମେ ବିସ୍ବାସ୍ କର୍ବାଟା ଆରି ପର୍ମେସରର୍ ଲକ୍ମନର୍ ପାଇ ରଇବା ତମର୍ ଆଲାଦର୍ ବିସଇ ସୁନ୍ଲା ଦିନେଅନି, 16 ମୁଇ ପର୍ମେସର୍କେ ତମର୍ପାଇ ଦନିଅବାଦ୍ ଦେଇ ଆଇଲିନି । ମୁଇମିସା ପାର୍ତନା କଲାବେଲେ ତମର୍ପାଇ ପର୍ମେସର୍କେ ଦନିଅବାଦ୍ ଦେବାକେ ପାସ୍ରି ଜାଇ ନାଇ । ମୁଇ ପାର୍ତନା କଲାବେଲେ ତମ୍କେ ଏତାଇଲିନି । 17 ଆରି ଡାକ୍ପୁଟାର୍ ବାବା, ଆମର୍ ମାପ୍ରୁ ଜିସୁକିରିସ୍ଟର୍ ପର୍ମେସର୍କେ ପାର୍ତନା କଲିନି । ଜେନ୍ତିକି ସେ ତମ୍କେ ସୁକଲ୍ ଆତ୍ମା ଦେଇସି । ସେ ଆତ୍ମା ତମ୍କେ ଗିଆନ୍ କୁରାଇସି ଆରି ପର୍ମେସର୍କେ ତମର୍ ମୁଆଟେ ଦେକାଇସି । 18 ମୁଇ ପାର୍ତନା କଲିନି, ଜେନ୍ତାରିକି ତାର୍ ଉଜଲ୍ ଦେକ୍ବାକେ ତମର୍ ଆତ୍ମାର୍ ଆଁକି ଡିସ । ଜେନ୍ତିକି ଜନ୍ ଆସା ନେଇକରି ତମେ ତାର୍ ଲଗେ ଆସି ଆଚାସ୍, ସେଟା ଜାନିପାରାସ୍ । 19 ତାର୍ ଲକ୍ମନର୍ ପାଇ ସେ ଦେଇରଇବା କାତାର୍ ସବୁ ବଡ୍ ଆସିର୍ବାଦ୍ କେତେକ୍ ଅଦିକ୍ ଆଚେ । ଆରି ଆମର୍ ପାରା ବିସ୍ବାସିମନର୍ ପାଇ ରଇବା ତାର୍ ବପୁ କେଡେ ବଡ୍, ସେଟା ତମେ ଜାନି ପାରାସ୍ । 20 ଏବେ ଆମର୍ ବିତ୍ରେ କାମ୍ କର୍ତେରଇବା ସେ ବପୁର୍ ସଙ୍ଗ୍ସେ, ପର୍ମେସର୍ କିରିସ୍ଟକେ ମଲାତେଇଅନି ଉଟାଇକରି ତାର୍ ଉଜାବାଟେ ବସାଇଆଚେ । 21 କିରିସ୍ଟ ସର୍ଗେ, ସାସନ୍ କର୍ବା ଲକ୍ମନ୍କେ, ସନ୍ମାନ୍ ପାଇବା ଲକ୍ମନ୍କେ, ବପୁରଇବା ଲକ୍ମନ୍କେ ଆରି ସାସନ୍କାରିଆମନର୍ ଉପ୍ରେ ସାସନ୍ କର୍ସି । ତାର୍ ଅଦିକାର୍ ଏବର୍ ସାସନ୍କାରିଆମନର୍ କି ଆଇବା ଦିନର୍ ସାସନ୍କାରିଆମନର୍ ତେଇଅନି ଅଦିକ୍ ବପୁ ସଙ୍ଗର୍ ଆଚେ । 22 ୧:୨୨ କଲସିଅ ୧:୧୮ପର୍ମେସର୍ ସବୁବିସଇ କିରିସ୍ଟର୍ ପାଦ୍ତଲେ ସଙ୍ଗଇଆଚେ । ଆରି ସବୁ ବିସଇର୍ ଉପ୍ରେ, ସବୁର୍ତେଇଅନି ଉପ୍ରର୍ ମାପ୍ରୁ କରି ମଣ୍ଡଲିକେ ଦାନ୍କଲା ଆଚେ । 23 ମଣ୍ଡଲି ଅଇଲାନି କିରିସ୍ଟର୍ ଗାଗଡ୍ । କିରିସ୍ଟର୍ ଜିବନ୍ ସଙ୍ଗ୍ ମଣ୍ଡଲି ପୁରାପୁରୁନ୍ ଅଇସି । ଆରି କିରିସ୍ଟ ସବୁବିସଇ ପୁରାପୁରୁନ୍ କର୍ସି ।