16 ମୁଇ ପର୍ମେସର୍କେ ତମର୍ପାଇ ଦନିଅବାଦ୍ ଦେଇ ଆଇଲିନି । ମୁଇମିସା ପାର୍ତନା କଲାବେଲେ ତମର୍ପାଇ ପର୍ମେସର୍କେ ଦନିଅବାଦ୍ ଦେବାକେ ପାସ୍ରି ଜାଇ ନାଇ । ମୁଇ ପାର୍ତନା କଲାବେଲେ ତମ୍କେ ଏତାଇଲିନି । 17 ଆରି ଡାକ୍ପୁଟାର୍ ବାବା, ଆମର୍ ମାପ୍ରୁ ଜିସୁକିରିସ୍ଟର୍ ପର୍ମେସର୍କେ ପାର୍ତନା କଲିନି । ଜେନ୍ତିକି ସେ ତମ୍କେ ସୁକଲ୍ ଆତ୍ମା ଦେଇସି । ସେ ଆତ୍ମା ତମ୍କେ ଗିଆନ୍ କୁରାଇସି ଆରି ପର୍ମେସର୍କେ ତମର୍ ମୁଆଟେ ଦେକାଇସି ।
Publicidade
Publicidade