4 କିରିସ୍ଟର୍ ସଙ୍ଗ୍ ମିସିରଇକରି ଆମେ ଜେନ୍ତି ପର୍ମେସରର୍ ଅଇବୁ, ସେଟାର୍ପାଇଁ ସେ ଆମ୍କେ ଜଗତ୍ ତିଆର୍ ନ ଅଇବା ଆଗ୍ତୁ ବାଚି ରଇଲା ।
ଜେନ୍ତାରିକି ସୁକଲ୍ ଆରି କାଇ ଦସ୍ ନ ଅଇତେ ତାର୍ ମୁଆଟେ ଟିଆଅଇବୁ । 5 ତାର୍ ଆଲାଦର୍ ଲାଗି, ଜିସୁ କିରିସ୍ଟର୍ ସଙ୍ଗ୍ ସେ ଆମ୍କେ ତାର୍ ନିଜର୍ ପଅଜି ପାରା କର୍ବାକେ ବାଚିଆଚେ । ଏଟାସେ ତାର୍ ଆଦେସ୍ ଆରି ସାର୍ଦା ।