19 ତେବର୍ ପାଇ ଏ ଜିଉଦି ନଇଲା ଲକ୍ମନ୍, ତମେ ଆରି ବିନ୍ ଦେସେ ବାସା ଅଇରଇବାଲକ୍ ନୁଆସ୍ । ଏବେ ପର୍ମେସରର୍ ଲକ୍ମନର୍ସଙ୍ଗ୍ ତମେମିସା ତାର୍ ରାଇଜେ ମିସ୍ବା ଲକ୍ ଆରି ତାର୍ ଜାତିର୍ କୁଟୁମର୍ ଲକ୍ । 20 ତମେ ମିସା ପେରିତ୍ ସିସ୍ମନ୍ ଆରି ବବିସତ୍ବକ୍ତାମନ୍ କରିରଇବା କୁନାଦି ଉପ୍ରେ, ତିଆର୍ ଅଇଲା ଗର୍ ପାରା । ସେ ଗର୍ କନର୍ ମୁଲ୍ ପାକ୍ନା ଅଇଲାନି କିରିସ୍ଟ ଜିସୁ । 21 ସେ ଆକା ଗର୍କେ ସମାନ୍କରି ସଙ୍ଗଇଲା ଆଚେ ଆରି ମାପ୍ରୁର୍ପାଇ ଗଟେକ୍ ସର୍ପିଦେଲା ସୁକଲ୍ ମନ୍ଦିର୍ପାରା କଲାଆଚେ । 22 କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ, ଗଟେକ୍ ଗର୍ ପାରା ତମେ ସବୁକେ ମିସିକରି ତିଆର୍ କଲାନି । ଜେନ୍ତାରିକି ତମେ ପର୍ମେସର୍ ତାର୍ ଆତ୍ମାଇ ରଇବା ଗଟେକ୍ ବାସା ଅଇବା ଗର୍ ପାରା ଅଇସା ।