16 ମୁଇ ପାର୍ତନା କଲିନି ଜେନ୍ତିକି ସେ ତାର୍ ନ ସାର୍ବା ମଇମାଇଅନି, ତାର୍ ଆତ୍ମା ତମ୍କେ ବପୁ ଦେଇସି, ଜେନ୍ତିକି ତମର୍ ମନ୍ ଡାଟ୍ ଅଇସି । 17 ମୁଇ ପାର୍ତନା କଲିନି, ଜେନ୍ତିକି ତମର୍ ବିସ୍ବାସର୍ ଲାଗି, କିରିସ୍ଟ ତମର୍ ବିତ୍ରେ ବାସା ଅଇସି । ଆରି, ତମେ ପର୍ମେସର୍କେ ଆରି ବିନ୍ ଲକ୍କେ ଆଲାଦ୍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍ ଚେର୍ପାରା ଆରି କୁନାଦି ଉପ୍ରେ ତିଆର୍ ଅଇଲା ଗର୍ ପାରା ଡାଟ୍ ଅଇସା ।