ଗଟେକ୍ ଗାଗଡ୍
1 ଏ ସବୁର୍ଲାଗି ମାପ୍ରୁର୍ ସେବାକାରିଆ ମୁଇ ବନ୍ଦିଗରେ ଆଚି । ମାପ୍ରୁ ତମ୍କେ କେନ୍ତାରି ଚଲାଚଲ୍ତି କର୍ବାକେ ଡାକ୍ଲାଆଚେ, ସେନ୍ତାରିସେ କରାବଲି ମୁଇ ତମ୍କେ ବାବୁଜିଆ କଲିନି । 2 ୪:୨ କଲସିଅ ୩:୧୨,୧୩ତମେ ଲକ୍ମନର୍ ସଙ୍ଗ୍ ମିସାବିଡା ଅଇଲାବେଲେ, ପୁରାପୁରୁନ୍ ଦରମ୍ ଅଇ ସୁଆଲେ ରୁଆ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାର୍ପାଇ ସାଆସ୍ ଅଇ, ମୁର୍ଚିକରି ରୁଆ ।