25 ତମର୍ ବିତ୍ରେ ମିଚ୍ କଇବାଟା ଚାଡିଦିଆସ୍, ନିଜର୍ ନିଜର୍ ବିତ୍ରେ ସତ୍ କୁଆକୁଇ ଉଆ । କାଇକେବଇଲେ ଆମେ ସବୁଲକ୍ ଗଟେକ୍ ଗାଗଡର୍ ବିନ୍ ବିନ୍ ବାଗ୍ ଅଇଲୁଆଚୁ । 26 ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍କରା ନାଇ । ବେଲ୍ ନ ବୁଡ୍ତେ ତମର୍ ରିସା ଚାଡି ଦିଆସ୍ । 27 ତମ୍କେ ପାପ୍ କରାଇବା ସଇତାନ୍କେ ଜାଗା ଦିଆସ୍ନାଇ । 28 ଜେ ଚରାଇତେ ରଇଲା, ସେ ଆରି ନ ଚର୍ ଅଅ । ମାତର୍ ନିଜେ ତାର୍ ଜିଉନା କାଉନାର୍ ପାଇ କାଇଆଲେ ନିକ କାମ୍ କର । ସେନ୍ତାର୍ଆଲେ ଅର୍କିତ୍ ଲକ୍ମନ୍କେ ଦେବାକେ ତାର୍ଟାନେ କାଇଟା ମିସା ରଇସି । 29 ଜନ୍ କାତା ବିନ୍ଲକ୍ମନ୍କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍ ଟଣ୍ଡେ ଅନି ନ ବାରଅ । ତାର୍ବାଦୁଲେ ସେମନ୍କେ ସାର୍ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍ବା ଲକ୍ମନ୍ ତାକର୍ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍ଦା ଅଇବାଇ ।