25 ତମର୍ ବିତ୍ରେ ମିଚ୍ କଇବାଟା ଚାଡିଦିଆସ୍, ନିଜର୍ ନିଜର୍ ବିତ୍ରେ ସତ୍ କୁଆକୁଇ ଉଆ । କାଇକେବଇଲେ ଆମେ ସବୁଲକ୍ ଗଟେକ୍ ଗାଗଡର୍ ବିନ୍ ବିନ୍ ବାଗ୍ ଅଇଲୁଆଚୁ । 26 ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍କରା ନାଇ । ବେଲ୍ ନ ବୁଡ୍ତେ ତମର୍ ରିସା ଚାଡି ଦିଆସ୍ । 27 ତମ୍କେ ପାପ୍ କରାଇବା ସଇତାନ୍କେ ଜାଗା ଦିଆସ୍ନାଇ । 28 ଜେ ଚରାଇତେ ରଇଲା, ସେ ଆରି ନ ଚର୍ ଅଅ । ମାତର୍ ନିଜେ ତାର୍ ଜିଉନା କାଉନାର୍ ପାଇ କାଇଆଲେ ନିକ କାମ୍ କର । ସେନ୍ତାର୍ଆଲେ ଅର୍କିତ୍ ଲକ୍ମନ୍କେ ଦେବାକେ ତାର୍ଟାନେ କାଇଟା ମିସା ରଇସି । 29 ଜନ୍ କାତା ବିନ୍ଲକ୍ମନ୍କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍ ଟଣ୍ଡେ ଅନି ନ ବାରଅ । ତାର୍ବାଦୁଲେ ସେମନ୍କେ ସାର୍ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍ବା ଲକ୍ମନ୍ ତାକର୍ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍ଦା ଅଇବାଇ । 30 ପର୍ମେସରର୍ ସୁକଲ୍ ଆତ୍ମାକେ ଦୁକ୍ ଦିଆସ୍ ନାଇ । ତାକେ ମୁକଲ୍ବା ଦିନ ଜାକ ଗଟେକ୍ ଚିନ୍ ଇସାବେ ସେ ତମ୍କେ ଦେଲାଆଚେ । 31 ସବୁ ରକାମର୍ କୁଟ୍ କାତା ଚିନ୍ତା କର୍ବାଟା, ରିସା ଅଇବାଟା,କିରଜାଟି କର୍ବାଟା, ନିନ୍ଦା କାତା କଇବାଟା, ଇଁସା ତଲା ଅଇବାଟା, ଏ ସବୁଜାକ ତମର୍ଟାନେ ଅନି ଦୁରିକେ ସଙ୍ଗୁଆ । 32 ୪:୩୨ କଲସିଅ ୩:୧୩ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।