31 ସବୁ ରକାମର୍ କୁଟ୍ କାତା ଚିନ୍ତା କର୍ବାଟା, ରିସା ଅଇବାଟା,କିରଜାଟି କର୍ବାଟା, ନିନ୍ଦା କାତା କଇବାଟା, ଇଁସା ତଲା ଅଇବାଟା, ଏ ସବୁଜାକ ତମର୍ଟାନେ ଅନି ଦୁରିକେ ସଙ୍ଗୁଆ । 32 ୪:୩୨ କଲସିଅ ୩:୧୩ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।