22 ୫:୨୨ କଲସିଅ ୩:୧୮; ୧ ମ ପିତର୍ ୩:୧ ଏ ମାଇଜିମନ୍ ତମେ ଜେନ୍ତାର୍ ମାପ୍ରୁକେ ସର୍ପିଅଇ ଆଚାସ୍, ସେନ୍ତାରି ତମର୍ ନିଜର୍ ନିଜର୍ ମୁନୁସ୍କେ ମିସା ସର୍ପି ଉଆ । 23 କାଇକେବଇଲେ କିରିସ୍ଟ ଜେ କି ତାର୍ ଗାଗଡ୍ପାରା ରଇବା ମଣ୍ଡଲିର୍ ନେତା ଆଚେ, ସେନ୍ତାରିସେ ମୁନୁସ୍ ମିସା ତାର୍ ମାଇଜିର୍ ନେତା ଆଚେ । କିରିସ୍ଟସେ ତାର୍ ମଣ୍ଡଲିକେ ରକିଆ କଲାଆଚେ ।