25 ୫:୨୫ କଲସିଅ ୩:୧୯; ୧ ମ ପିତର୍ ୩:୭ ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା । 26 କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା । 27 ମଣ୍ଡଲିକେ ତାର୍ ମୁଆଟେ ଆନ୍ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍କି ନ ଅଇତେ, ଅସୁକଲ୍ ନଇତେ, କାଇ ଦସ୍ ନ ଅଇତେ ରଇ, ତାର୍ ବାଦୁଲେ ସୁକଲ୍ ଆରି ସିଦ୍ କାରାଇ ତାକେ ଟିଆ କୁରାଇସି । 28 ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି । 29 କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି ।