10 ସାରାସାରି ପଚେ, ମାପ୍ରୁର୍ ଟାନେ ମିସିକରି ତାର୍ ବପୁପାଇକରି ଡାଟ୍ଅଇରୁଆ । ରମ୍ ରାଇଜର୍ ସଇନ
11 ପର୍ମେସର୍ ତମ୍କେ ଦେଇରଇବା ଜୁଇଦର୍ ସବୁ ରକାମ୍ ଆତ୍ ଆତିଆର୍ ସାଜାଡିକରି ରୁଆ । ଜେନ୍ତାରିକି ତମ୍କେ ସଇତାନ୍ ନାଡାଇବା ବେଲେ ତାକେ ବିରଦ୍ କରିପାରାସ୍ । 12 କାଇକେବଇଲେ ଆମେ ଜଗତର୍ ଲକ୍ମନର୍ ବିରୁଦେ ଜୁଇଦ୍ କରୁନାଇ । ମାତର୍ କାରାପ୍ ଆତ୍ମାମନ୍କେ, ଆନ୍ଦାରେ ରଇବା ଜଗତର୍ ସାସନ୍କାରିଆମନ୍କେ, ଆରି ସର୍ଗେ କାରାପ୍ ବପୁ ପାଇରଇବା ଆତ୍ମାମନର୍ ବିରୁଦେ ଜୁଇଦ୍ କଲୁନି । 13 ତେବର୍ପାଇ ପର୍ମେସର୍ ଦେଇରଇବା ସବୁରକାମ୍ ଜୁଜ୍ବା ଆତ୍ ଆତିଆର୍ ଗଟେକ୍ ସନିଅ ପିନ୍ଦ୍ଲାପାରା ପନ୍ଦିକରି ସାଜାଡା । ସେନ୍ତାର୍ ରଇଲେ ସଇତାନ୍ ଆରି ତାର୍ କାରାପ୍ ଆତ୍ମାମନ୍ ତମ୍କେ ଜୁଜ୍ଲାବେଲେ ସେମନ୍କେ ତମେ ବିରଦ୍ କରି ପାରାସ୍ । ଜୁଇଦର୍ପାଇ ସବୁ ରକାମ୍ଟା ସାଜାଡି ରଇଲେ ତମେ ପଚେ ନ ଗୁଚିକରି ଟିଆଅଇ ପାର୍ସା ।
14 ତେବେ ଜୁଇଦର୍ପାଇ ତମେ ଏନ୍ତାରି ଜାଗ୍ରତ୍ ଉଆ । ଜେନ୍ତାରି କି, ପର୍ମେସରର୍ ସତ୍ ଆଁଟାବେଡା, ଆଁଟାଇ ବାନ୍ଦିଅଇ, ତାର୍ ଦରମର୍ ସାଞ୍ଜୁ ଜଗାଡି ଅଇ, 15 ସୁବ୍କବରେଅନି ଆଇବା ସାନ୍ତିର୍ ପାଣ୍ଡଇ ପିନ୍ଦି ସାଜାଡି ଉଆ । 16 ଏ ସବୁର୍ ଉପ୍ରେ ବିସ୍ବାସର୍ ତେବାଇବା ଡାଲ୍ ଦାରିରୁଆ । ଏ ଡାଲ୍ସଙ୍ଗ୍ ସଇତାନ୍ ତମର୍ ମୁଆଟେ ବିନ୍ଦ୍ବା ଜଇର୍ କାଣ୍ଡ୍ ଅଟ୍କାଇ ପାର୍ସା ।
17 ଆରି ମାପ୍ରୁ ଦେଇରଇବା ମୁକ୍ତି, ଗଟେକ୍ ଟପିପାରା ମୁଣ୍ଡ୍ ରକିଆ କର୍ବାକେ ପିନ୍ଦିରୁଆ । ସୁକଲ୍ଆତ୍ମା ଦେଇରଇବା କାଣ୍ଡା ଦାରିରୁଆ । ସେ କାଣ୍ଡା ଅଇଲାନି ପର୍ମେସରର୍ ବାକିଅ ।