11 ପର୍ମେସର୍ ତମ୍କେ ଦେଇରଇବା ଜୁଇଦର୍ ସବୁ ରକାମ୍ ଆତ୍ ଆତିଆର୍ ସାଜାଡିକରି ରୁଆ । ଜେନ୍ତାରିକି ତମ୍କେ ସଇତାନ୍ ନାଡାଇବା ବେଲେ ତାକେ ବିରଦ୍ କରିପାରାସ୍ । 12 କାଇକେବଇଲେ ଆମେ ଜଗତର୍ ଲକ୍ମନର୍ ବିରୁଦେ ଜୁଇଦ୍ କରୁନାଇ । ମାତର୍ କାରାପ୍ ଆତ୍ମାମନ୍କେ, ଆନ୍ଦାରେ ରଇବା ଜଗତର୍ ସାସନ୍କାରିଆମନ୍କେ, ଆରି ସର୍ଗେ କାରାପ୍ ବପୁ ପାଇରଇବା ଆତ୍ମାମନର୍ ବିରୁଦେ ଜୁଇଦ୍ କଲୁନି ।
Publicidade
Publicidade