17 ଆରି ମାପ୍ରୁ ଦେଇରଇବା ମୁକ୍ତି, ଗଟେକ୍ ଟପିପାରା ମୁଣ୍ଡ୍ ରକିଆ କର୍ବାକେ ପିନ୍ଦିରୁଆ । ସୁକଲ୍ଆତ୍ମା ଦେଇରଇବା କାଣ୍ଡା ଦାରିରୁଆ । ସେ କାଣ୍ଡା ଅଇଲାନି ପର୍ମେସରର୍ ବାକିଅ । 18 ସୁକଲ୍ଆତ୍ମା ଚେତ୍ନା ଦେଲା ଇସାବେ ପାର୍ତନା କରା । ସବୁ ରକାମର୍ ପାର୍ତନା ଆରି ଗୁଆରିସଙ୍ଗ୍ ପାର୍ତନା କରା । ଏଟାର୍ଲାଗି ଜାଗ୍ରତ୍ ଅଇରୁଆ । ପର୍ମେସରର୍ ଲକ୍ମନର୍ପାଇ ପାର୍ତନା କରିଲାଗିରୁଆ ।