18 ସୁକଲ୍ଆତ୍ମା ଚେତ୍ନା ଦେଲା ଇସାବେ ପାର୍ତନା କରା । ସବୁ ରକାମର୍ ପାର୍ତନା ଆରି ଗୁଆରିସଙ୍ଗ୍ ପାର୍ତନା କରା । ଏଟାର୍ଲାଗି ଜାଗ୍ରତ୍ ଅଇରୁଆ । ପର୍ମେସରର୍ ଲକ୍ମନର୍ପାଇ ପାର୍ତନା କରିଲାଗିରୁଆ । 19 ମର୍ପାଇ ମିସା ପାର୍ତନା କରା । ଜେନ୍ତିକି ମୁଇ କାତା ଅଇବାବେଲେ ପର୍ମେସର୍ ମକେ ଟିକ୍ ବାକିଅ ଦେଅ । ସେନ୍ତାର୍ କଲେ, ସୁବ୍ କବରର୍ ଲୁଚିରଇବା ବିସଇ ମୁଇ କାକେ ନ ଡରିକରି ଲକ୍ମନ୍କେ ଜାନାଇ ପାର୍ବି ।
Publicidade