7 ତମ୍କେ ଦାଇତ୍ ଦେଇରଇବା ସବୁ କାମ୍ ସାର୍ଦା ସଙ୍ଗ୍ କରା । ଜେନ୍ତାରିକି ତମେ ଅବ୍କା ଲକ୍ମନର୍ ପାଇ କାମ୍ ନ କରି ମାପ୍ରୁର୍ ସେବା କଲା ପାରା କରା । 8 କାଇକେବଇଲେ ତମେ ନିକ କାମ୍ କଲେ, ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି । ତମେ ଗତିଦାଙ୍ଗ୍ଡା ଅଇରୁଆ କି ମୁକଲ୍ଲା ଲକ୍ ଅଇରୁଆ ।
Publicidade