9 ମୁଇ ତମର୍ପାଇ ଏନ୍ତାରି ପାର୍ତନା କଲିନି, ଜେନ୍ତାରିକି ତମେ ଆଲାଦ୍ କର୍ବାଟାନେ ଅଦିକ୍ ଅଦିକ୍ ବଡ୍ସା । ପର୍ମେସର୍ ଜେନ୍ତାରି ଆଚେ, ସେ ବିସଇ ତମେ ଅଦିକ୍ ଅଦିକ୍ ଜାନ୍ସା ବଲି ମୁଇ ପାର୍ତନା କଲିନି । ଆରି ଜେଡେବଲ୍ ମିସା କନ୍ଟା ସତ୍ କନ୍ଟା ବୁଲ୍ ସେଟା ଜାନିପାର୍ସା । 10 ସେନ୍ତାର୍ଆଲେ ଟିକ୍ ବିସଇ କନ୍ଟା ବଲି ବାଚିକରି କରିପାର୍ସା । ଆରି ଏବେଅନି କିରିସ୍ଟ ବାଉଡି ଆଇବାଜାକ ସବୁ ପାପେଅନି ମୁକ୍ଲିକରି କାଇ ଦସ୍ ନ ଅଇକରି ରଇପାର୍ସା । 11 ଜେନ୍ତାରିକି ଗଟେକ୍ ପଲ୍ ଦେବା ଗଚ୍ ପଲ୍ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍ଟର୍ ବପୁ ସଙ୍ଗ୍ ଦରମ୍ କାମର୍ ପଲ୍ ଦେଇସା । ଏଟା ପର୍ମେସର୍କେ ଡାକ୍ପୁଟା ଆରି ମଇମା କର୍ସି ।
Publicidade