14 ମୁର୍ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍ଜାକ କାମ୍ କରା । 15 ଏନ୍ତାରିକଲେ, ତମେ କାରାପ୍ କାମ୍ କଲାସ୍ନି ବଲି ବିନ୍ଲକ୍ କାଇ ଦସ୍ ନ ଦାରତ୍ ଆରି ତମେ ସୁକଲ୍ ଅଇସା । ପାପ୍କରି କାରାପ୍ କାମ୍ କର୍ବା ଲକ୍ମନର୍ ମଜାଇ ପର୍ମେସରର୍ ସିଦ୍ ପିଲାଟକି ଇସାବେ ତମେ ରଇସା । ତାକର୍ ବିତ୍ରେ ଆନ୍ଦାର୍ ଜଗତେ ଉଜଲ୍ ଜଟକ୍ଲା ପାରା ତମର୍ ଚଲାଚଲ୍ତି ଡିସ୍ସି । 16 ନ ସାର୍ବା ଜିବନର୍ କବର୍ ସବୁ ଲକ୍କେ ଜାନାଆ । ଏନ୍ତାରିକଲେ, କିରିସ୍ଟ ବାଅଡ୍ବା ଦିନେ ମୁଇ ତମର୍ ବିସଇର୍ ଲାଗି ବଡ୍ପନ୍ ଅଇବି । ତମର୍ ବିତ୍ରେ ଆବଡ୍ ଅଇକରି କରିରଇବା କାମ୍ ଚୁଚାଇ ଅଏ ନାଇ ବଲି ସେ ଦିନେ ଡିସ୍ସି ।
Publicidade