12 ଏ ସବୁ ବିସଇ ମୁଇ କରିସାରାଇ ଆଚି ବଲି କଇନାଇ । ପର୍ମେସର୍ ମକେ ସିଦ୍ କରି ସାରାଇଆଚେ ବଲି ମିସା ମୁଇ କଇନାଇ । ମାତର୍, କିରିସ୍ଟର୍ ପାରା ଅଇବାକେ ମୁଇ ବେସି ଚେସ୍ଟା କଲିନି । ସେଟାର୍ପାଇଁ କିରିସ୍ଟ ମକେ ବାଚ୍ଲା ଆଚେ । 13 ନାଇ, ମର୍ ବାଇବଇନିମନ୍, ଏ ସବୁଜାକ କରିସାରାଇଆଚି ବଲି ମୁଇ କଇନାଇ । ମାତର୍ ଅଦିକ୍ ଗଟେକ୍ ମୁକିଅ ରଇବା ବିସଇ ମୁଇ କଲିନି, । ଜେତ୍କି ସବୁ ବିସଇ ଅଇସାର୍ଲା ଆଚେ, ସେଟା ସବୁ ପାସ୍ରି ଚାଡିଦେଇକରି କିରିସ୍ଟ ଜନ୍ ରକାମ୍ ମକେ ଅଇବାର୍ଆଚେ ବଲି ମନ୍ କଲାନି, ସେନ୍ତାରି ଅଇବାକେ ମୁଇ ଚେସ୍ଟା କଲିନି । 14 ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇଁ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି ।
15 ସେନ୍ତାର୍ଆଲେ ଆସା, ଆମେ ଜେତ୍କି ଲକ୍ ସୁକଲ୍ ଅଇଆଚୁ, ଏ ରକାମ୍ ବିସଇ ସମାନ୍ ଇସାବେ ଚିନ୍ତା କର୍ତେରଉଁ । ଆରି ଜଦି ଏ ସବୁ ବିସଇର୍ପାଇ ତମେ ମର୍ ସଙ୍ଗ୍ ରାଜି ଉଆସ୍ନାଇ, ଟିକ୍ ସଙ୍ଗ୍ ଚିନ୍ତା କର୍ବାକେ ପର୍ମେସର୍ ତମ୍କେ ସାଇଜ କର୍ସି ।