13 ନାଇ, ମର୍ ବାଇବଇନିମନ୍, ଏ ସବୁଜାକ କରିସାରାଇଆଚି ବଲି ମୁଇ କଇନାଇ । ମାତର୍ ଅଦିକ୍ ଗଟେକ୍ ମୁକିଅ ରଇବା ବିସଇ ମୁଇ କଲିନି, । ଜେତ୍କି ସବୁ ବିସଇ ଅଇସାର୍ଲା ଆଚେ, ସେଟା ସବୁ ପାସ୍ରି ଚାଡିଦେଇକରି କିରିସ୍ଟ ଜନ୍ ରକାମ୍ ମକେ ଅଇବାର୍ଆଚେ ବଲି ମନ୍ କଲାନି, ସେନ୍ତାରି ଅଇବାକେ ମୁଇ ଚେସ୍ଟା କଲିନି । 14 ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇଁ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି ।
Publicidade
Publicidade