7 ମାତର୍ ଆଗେ ମୁଇ ଜେତ୍କି ସବୁ ବିସଇ ବେସି ମୁଲିଅ ଆଚେବଲି ବାବ୍ତେରଇଲି, ଏବେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ସେଟାମନ୍ ସବୁ ଚୁଚାଇସେ ବଲି ଜାନ୍ଲିନି । 8 ସେତ୍କିସେ ନଏଁ ଆଗ୍ତୁ ଜେତ୍କି ସବୁ ବିସଇ ପର୍ମେସର୍କେ ସାର୍ଦା କରାଇବାକେ କର୍ତେରଇଲି, ଜିସୁ କିରିସ୍ଟକେ ମର୍ ମାପ୍ରୁ ବଲି ମାନ୍ଲାତେଇଅନି, ସେଟା ଚୁଚାଇସେ ବଲି ଜାନ୍ଲିନି । ତାର୍ପାଇ ମୁଇ ସବୁ ବିସଇ ଚାଡିଦେଲିଆଚି । କିରିସ୍ଟର୍ ସିସ୍ ଅଇବି ବଲିକରି ସେଟାମନ୍ ଚୁଚାଇସେ ବଲି ଏତ୍କଲିନି ।
Publicidade
Publicidade