26 ବିସ୍ବାସ୍ କଲାକେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି, ଆମେ ସବୁ ପରମେସରର୍ ପିଲାଟକି ଅଇଆଚୁ । 27 ଆମେ ଡୁବନ୍ ନେଇକରି କିରିସ୍ଟର୍ ସଙ୍ଗ୍ ଗଟେକ୍ ଅଇଆଚୁ ଆରି ଏବେ ଜିସୁ କିରିସ୍ଟର୍ ଜିବନ୍ ରୁପର୍ ବସ୍ତର୍ ପିନ୍ଦି ଆଚୁ । 28 ସେଟାର୍ ପାଇ ଜିଉଦି ଆରି ଜିଉଦିନଇଲା ଲକ୍, ଗେନାଅଇଲା ଗତିଦାଙ୍ଗ୍ଡାଦାଙ୍ଗ୍ଡି କି ମୁକ୍ଲାଇଲା ଲକ୍, ମୁନୁସ୍ କି ମାଇଜି ବିତ୍ରେ, କାଇଟା ମିସା ବିନ୍ ନାଇ । ଆମେ ସବୁ ଲକ୍ ଜିସୁର୍ ସଙ୍ଗ୍ ମିସିକରି ଗଟେକ୍ ଅଇଆଚୁ ।
Publicidade