13 ମୁଇ ପର୍ତୁମ୍ ତର୍ କାଇକେ ତମର୍ ସଙ୍ଗ୍ ରଇଲି, ସେଟା ଏତାଆ । ସେଡ୍କି ବେଲେ ମକେ ଜର୍ଅଇରଲାକେ ତମ୍କେ ସୁବ୍କବର୍ ଜାନାଇରଇଲି । 14 ମାତର୍ ମର୍ ଗାଗଡ୍ ନିକ ନ ରଇଲାର୍ପାଇ ତମ୍କେ ବେସି ଅସୁବିଦା ଅଇଲା । ଅଇଲେମିସା ତମେ ମକେ ଏଲା କରାସ୍ ନାଇ କି ଚାଡି ଦିଆସ୍ ନାଇ, ମାତର୍ ମକେ ଗଟେକ୍ ସରଗର୍ ଦୁତ୍ପାରା ଡାକି ରଇଲାସ୍ । କିରିସ୍ଟ ଜିସୁକେ ଜେନ୍ତି ତମେ ଡାକ୍ତାସ୍, ସେନ୍ତି ମକେ ମିସା ଡାକ୍ଲାସ୍ ।
Publicidade