10 ଆମର୍ ବାବାମନ୍ ସେମନ୍ ଟକ୍ ବଲି ବାବ୍ବା ଇସାବେ, ଚନେକର୍ପାଇ ରଇବା ଏ ଜିବନେ ଆମ୍କେ ଡଣ୍ଡ୍ ଦେଇରଇଲାଇ । ମାତର୍ ଜେଡେବେଲେ ପର୍ମେସର୍ ଆମ୍କେ ଡଣ୍ଡ୍ ଦେଇସି, ଆମର୍ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍ପାରା ସୁକଲ୍ ଅଇବୁ । 11 ଜେଡେବେଲେ ଡଣ୍ଡ୍ ପାଇବୁ, ଆମେ ସାର୍ଦା ନ ଅଉଁ, ମାତର୍ ଦୁକ୍ ଅଇବୁ । ସେଟା ସତ୍, ମାତର୍ ସେ ଡଣ୍ଡ୍ ପାଇଲାତେଇଅନି କାଇକାଇଟା ସିକ୍ଲା ପଚେ, ସେଟା ନିକ ବଲି ବାବ୍ବୁ । କାଇକେବଇଲେ ସେଟା ଆମ୍କେ ସାନ୍ତିସଙ୍ଗ୍ ରଇବା ମନ୍ ଆରି ଗଟେକ୍ ଦରମ୍ ଚଲାଚଲ୍ତି କର୍ବାକେ ସାଇଜ କର୍ସି ।
Publicidade